ବ୍ରାହ୍ଣଣ ଓ କୋକିଶିଆଳି
The Brahmin and the Fox
ଏକଦା, ଗୋଟେ ଧୂର୍ତ୍ତ କୋକିଶିଆଳି ଜଙ୍ଗଲକୁ ଫେରିବା ରାସ୍ତାଟି ଭୁଲିଯାଏ । ତା’ପରେ, ସେ ଜଣେ ବ୍ରାହ୍ମଣଙ୍କୁ ଭେଟେ, ଜଙ୍ଗଲକୁ ଫେରିବା ରାସ୍ତା ଦେଖାଇଲେ ସେ ତାକୁ ପୁରସ୍କାର ଦେବ ବୋଲି ବାହାନା କରେ । ସରଳ ବ୍ରାହ୍ମଣ ଜଣକ ତା କଥାରେ ରାଜି ହୋଇ ଯାଆନ୍ତି । କୋକିଶିଆଳିଟି ଜଙ୍ଗଲରେ ପହଞ୍ଚିବା ପରେ ବ୍ରାହ୍ମଣ ଜଣକ ତାକୁ ପୁରସ୍କାରର ପ୍ରତିସୃତି ବିଷୟରେ ମନେ ପକାନ୍ତି । କୋକିଶିଆଳି ପୁରସ୍କାର ବିଷୟରେ ମିଛ କହି ଜଙ୍ଗଲ ଭିତରକୁ ପଳାଇଯାଏ । କାହାଣୀଟିର ନୀତିଶିକ୍ଷା ଦେଉଛି ଧୂର୍ତ୍ତ ଉପରେ କଦାପି ବିଶ୍ବାସ କରିବା ଉଚିତ୍ ନୁହେଁ ।