ମା'ର କଥା ଶୁଣ
Listen to Mother
ଥରେ ଗୋଟିଏ କୁକୁଡ଼ାଛୁଆ ଅଣ୍ଡା ଭିତରୁ ବାହାରେ । ପ୍ରତିଦିନ ସେ ତା’ ମା’କୁ ଅନେକ ପ୍ରଶ୍ନ ପଚାରେ । ମାଆ ସ୍ନେହପୂର୍ଣ୍ଣ ସ୍ବରରେ ତା ସମସ୍ତ ପ୍ରଶ୍ନର ଉତ୍ତର ଦେଇ କୁକୁଡ଼ାଛୁଆକୁ ଦୁନିଆ ବିଷୟରେ ଅନେକ କଥା ଶିଖାଏ । କୁକୁଡ଼ାଛୁଆଟି ବଢୁବଢୁ କିଛି ଅନ୍ୟ କୁକୁଡ଼ାଛୁଆଙ୍କ ସହ ସାଂଗ ହେଲା ଏବଂ ତାଙ୍କ ସହିତ ଖେଳାଖେଳି ଆରମ୍ଭ କଲା । ଦିନେ, ସେ ଏକ ବିରଡ଼ିକୁ ଭେଟିଲା ଯିଏକି ବଡ଼ ମିଳାମିଶା ସ୍ବଭାବର । ସେ ମାଆ କଥା ମନେ ପକାଇଲା କି ମାଆ ସବୁବେଳେ କୁହେ ତା ପାଖାପାଖି ରହିବା ପାଇଁ । କୁକୁଡ଼ାଛୁଆର ଏହି ମଜାଳିଆ ଯାତ୍ରାରେ ସାଙ୍ଗ ହୁଅନ୍ତୁ ଏବଂ ଜାଣନ୍ତୁ ଯେ ସେ କିପରି ସାଙ୍ଗ ବନାଏ, ଅନେକ ପ୍ରଶ୍ନ ପଚାରେ ଏବଂ ମଜାମଉଜ କରେ ।