ମୋତେ ମୁକ୍ତ କର
Set me Free
ଗୋପୀର ଟ୍ୱିଟି ନାମକ ପକ୍ଷୀଟିଏ ଥିଲା, ଯାହାକୁ ସେ ଏକ ପିଞ୍ଜୁରୀରେ ରଖିଥିଲା । ତା ପଡ଼ୋଶୀ ରମା ଚାହୁଁଥିଲା ଯେ ଟ୍ୱିଟି କେମିତି ମୁକ୍ତ ହେଉ । ତେଣୁ ସେ ଟ୍ୱିଟିକୁ "ପିଞ୍ଜୁରୀ ଖୋଲ ଓ ମୋତେ ମୁକ୍ତ କର ।" କହିବା ଶିଖାଇଲା । ଏହା ଶିଖାଇବାକୁ ତାକୁ କିଛି ସମୟ ଲାଗିଲା କିନ୍ତୁ ଦିନେ ଟ୍ୱିଟି ଶେଷରେ ସେହି ଶବ୍ଦଗୁଡ଼ିକ କହି ପାରିଲା । ଏହା ଶୁଣି ଗୋପୀ ଖୁବ୍ ରାଗିଗଲା । ଗୋପୀ ପିଞ୍ଜୁରୀ ଖୋଲି ଦେଲା ଏବଂ ଟ୍ୱିଟି ଖୁସିରେ ଉଡ଼ିଗଲା ।