ବିଲୁଆ ଓ ଚିଲ
The Fox and the Eagle
ଏହି ହୃଦୟସ୍ପର୍ଶୀ କାହାଣୀଟି ଏକ କୋକିଶିଆଳି ଓ ତା ଛୁଆଙ୍କ ବିଷୟରେ ଅଟେ । ମାଆ କୋକିଶିଆଳି ଟି ନିଜ ଛୁଆଙ୍କ ସହ ଏକ ବଡ଼ ଗଛ ମୂଳେ ରୁହେ । ଈଗଲ ପକ୍ଷୀଟିଏ ମଧ୍ୟ ଆସି ସେହି ଗଛ ଡାଳରେ ବସା ବାନ୍ଧେ । ଖୁବ୍ ଶୀଘ୍ର, ଈଗଲ ପକ୍ଷୀଟିର ବି ଛୁଆମାନେ ଜନ୍ମ ହୁଅନ୍ତି । ଈଗଲ ପକ୍ଷୀ ଏବଂ କୋକିଶିଆଳି ଉଭୟ ନିଜ ନିଜ ଛୁଆଙ୍କ ପାଇଁ ଖାଦ୍ୟ ଖୋଜିବାକୁ ଦୂରକୁ ଯାଆନ୍ତି । ଦିନେ କୋକିଶିଆଳିର ଛୁଆ ଏକୁଟିଆ ଘରେ ଥିବାବେଳେ ଈଗଲ ପକ୍ଷୀଟି ତଳକୁ ଆସି ଗୋଟିଏ ଛୁଆକୁ ଉଠାଇ ନିଏ । ସନ୍ଧ୍ୟାରେ ମାଆ କୋକିଶିଆଳି ଫେରି ଦେଖେ ଯେ ସେଥିରୁ ଗୋଟିଏ ଛୁଆ ନିଖୋଜ । ବିଚାରୀ କୋକିଶିଆଳିଟି ଈଗଲ ପକ୍ଷୀକୁ ଛୁଆଟିକୁ ଫେରାଇ ଦେବ ପାଇଁ ଅନୁରୋଧ କରେ, କିନ୍ତୁ ଈଗଲ ପକ୍ଷୀ ତା କଥା ବିଲକୁଲ୍ ଶୁଣେ ନାହିଁ । ତାକୁ ଶିକ୍ଷା ଦେବା ଏବଂ ଛୁଆକୁ ଫେରି ପାଇବା ପାଇଁ କୋକିଶିଆଳି ଏକ ଯୋଜନା ପାଂଚେ । କୋକିଶିଆଳି କିପରି ଛୁଆଟିକୁ ଫେରି ପାଇଲା ଏହା ଜାଣିବା ପାଇଁ ଆସ ସମ୍ପୂର୍ଣ୍ଣ କାହାଣୀଟିକୁ ପଢ଼ିବା ।