ପିମ୍ପୁଡ଼ି ଓ ଝିଣ୍ଟିକା
The Ant and the Grasshopper
ଏକଦା, ପିମ୍ପୁଡ଼ି ଏବଂ ଝିଣ୍ଟିକା ଦୁଇ ବନ୍ଧୁ ରହୁଥିଲେ । ପିମ୍ପୁଡ଼ି ଖାଦ୍ୟ ଖୋଜିବାରେ ବ୍ୟସ୍ତ ଥିବାବେଳେ ଝିଣ୍ଟିକା କୌଣସି କାମ ନକରି ନାଚ ଗୀତରେ ବ୍ୟସ୍ତ ରହୁଥିଲା । ପିମ୍ପୁଡ଼ି ଝିଣ୍ଟିକାକୁ ଶୀତଦିନ ପାଇଁ କିଛି ଖାଦ୍ୟ ସଞ୍ଚୟ କରିବାକୁ କହିଲା, କିନ୍ତୁ ସେ ତା କଥାକୁ ଧ୍ୟାନ ମଧ୍ୟ ଦେଲା ନାହିଁ । ଶୀତଦିନ ଆରମ୍ଭ ହେଲା, ଝିଣ୍ଟିକା ପାଖରେ ଏବେ ଖାଦ୍ୟ ବୋଲି କିଛି ନାହିଁ, କିନ୍ତୁ ପିମ୍ପୁଡ଼ି ପାଖରେ ପ୍ରଚୁର ଖାଦ୍ୟ । କଠିନ ପରିଶ୍ରମର ମୂଲ୍ୟ ଏବେ ଝିଣ୍ଟିକା ବୁଝିପାରିଲା । ଏହିପରି ପ୍ରତିକୂଳ ପରିସ୍ଥିତିରେ ପିମ୍ପୁଡ଼ି ତାକୁ ଖାଦ୍ୟ ଯୋଗାଇ ଥିବା ଯୋଗୁଁ ସେ ତାକୁ ଅଶେଷ ଧନ୍ୟବାଦ ଦେଲା ।