ବିରାଡ଼ି, କଟାଶ ଓ ଠେକୁଆ

The Cat, the Rabbit and the Weasel

ଏକଦା, ଏକ ଦୟାଳୁ ଠେକୁଆ ଜଙ୍ଗଲରେ ଏକ ପରିଷ୍କାର ଓ ପରିଚ୍ଛନ୍ନ ଘରେ ରହେ । ତା ଅନୁପସ୍ଥିତିରେ ଏକ କଟାଶ ତା ଘରକୁ ଆସେ । ଠେକୁଆ ଫେରିବା ପରେ ଦେଖେ ଯେ କଟାଶ ତା ଖଟ ଉପରେ ଶୋଇଛି । କଟାଶ ସେ ସ୍ଥାନ ଛାଡ଼ି ନ ଯିବାକୁ ଜିଦ୍ ଧରେ, ତେଣୁ ସେମାନେ ଦୁହେଁ ଏହାର ସମାଧାନ ପାଇଁ ଏକ ବିରାଡ଼ିକୁ ଡାକନ୍ତି । ଦୁଷ୍ଟ ବିରାଡ଼ି ସେମାନଙ୍କ କଲହ ଶୁଣିବାର ଛଳନାରେ ଉଭୟଙ୍କୁ ନିଜ ପାଖକୁ ଡାକି ତାଙ୍କ ଉପରେ ଆକ୍ରମଣ କରେ । ତା ପରେ ସେ ଠେକୁଆ ଘରେ ଆରାମରେ ରହେ । ନୀତିଶିକ୍ଷାଟି ହେଉଛି ଦୁଇଜଣଙ୍କ କଲହରେ ସର୍ବଦା ତୃତୀୟ ଜଣକର ଲାଭ ହୁଏ ।