ହାତୀ ଓ କୁକୁର

The Elephant and the Dog

ଏକଦା, ଗୋଟେ ହାତୀ ରାଜାଙ୍କର ବହୁତ ପ୍ରିୟ ଥିଲା । ହାତୀର ଦେଖାଶୁଣା ଭଲ ଭାବରେ କରାଯାଇ ତାକୁ ମିଠାଭାତ ଖାଇବାକୁ ଦିଆ ଯାଉଥିଲା । ଅତିଶୀଘ୍ର ହାତୀ ଓ ଗୋଟେ କୁକୁର ମଧ୍ୟରେ ବନ୍ଧୁତା ହେଲା । ହାତୀ କୁକୁରଟି ସହିତ ମିଠାଭାତ ବାଣ୍ଟି ଖାଇଲା । ଦିନେ ଜଣେ ଚାଷୀ କୁକୁରକୁ କିଣି ନେଲା ଯାହା ଫଳରେ ହାତୀ ଦୁଃଖୀତ ହୋଇ ଖାଇବା ପିଇବା ବନ୍ଦ କରି ଦେଲା । କୁକୁରକୁ ଖୋଜିବା ପାଇଁ ରାଜା ଜଣେ ମନ୍ତ୍ରୀଙ୍କୁ ପଠାଇଲେ । ମନ୍ତ୍ରୀ ଜଣକ ଘୋଷଣା କଲେ ଯେ ଯିଏ କୁକୁରକୁ ନେଇଛି ତାକୁ ଫେରାଇ ଦେଉ କିମ୍ବା ଦଣ୍ଡ ପାଇଁ ପ୍ରସ୍ତୁତ ହୁ । ଏହା ଶୁଣି ଚାଷୀଟି କୁକୁରକୁ ଛାଡ଼ି ଦେଲା । ହାତୀ ଏବଂ କୁକୁର ପୁଣି ଆନନ୍ଦରେ ଏକାଠି ରହିଲେ । କାହାଣୀଟି ଆମକୁ ବନ୍ଧୁତ୍ୱର ମହତ୍ତ୍ୱ ଏବଂ ପ୍ରକୃତ ବନ୍ଧୁ କିପରି ଜୀବନକୁ ସୁଖମୟ କରି ଥାଏ ଏହାର ଶିକ୍ଷା ଦେଉଛି ।