ପତଳା ବିଲେଇ ଓ ମୋଟା ବିଲେଇ
The Lean Cat and the Fat Cat
ଥରେ, ଗୋଟେ ପତଳା ବିଲେଇ ଜଣେ ଗରିବ ବୁଢ଼ୀ ସହିତ ରହେ । ଦିନେ, ପତଳା ବିଲେଇଟି ଏକ ମୋଟା ବିଲେଇକୁ ଦେଖି ଜାଣିବାକୁ ଚାହିଁଲ ଯେ ସେ କେଉଁଠୁ ଖାଦ୍ୟ ପାଉଛି । ଉତ୍ତରରେ ମୋଟା ବିଲେଇଟି ତାକୁ କହେ ଯେ ସେ କିପରି ରାଜପ୍ରାସାଦରୁ ଖାଦ୍ୟ ଚୋରି କରି ଖାଏ । ପତଳା ବିଲେଇକୁ ତା ସହ ସେଠାକୁ ଯିବା ପାଇଁ ପ୍ରସ୍ତାବ ଦିଏ । ବୁଢ଼ୀର ଚେତାବନୀ ସତ୍ତ୍ବେ ପତଳା ବିଲେଇ ଯିବା ପାଇଁ ରାଜି ହୋଇ ଯାଏ । ରାଜାଙ୍କ ଟେବୁଲରୁ ଖାଦ୍ୟ ଝାମ୍ପିବା ସମୟରେ ପତଳା ବିଲେଇଟି ଧରାପଡ଼ି ଯାଏ । ରାଜସେନାଙ୍କ ହାତରେ ପତଳା ବିଲେଇଟିର ହତ୍ୟା ହୁଏ ।