ବିଛା ଓ କଇଁଛ
The Scorpion and the Tortoise
କାହାଣୀଟି ଦୁଇ ବନ୍ଧୁ, ଏକ ଗର୍ବିତ ବିଛା ଏବଂ ଏକ ଦୟାଳୁ କଇଁଛଙ୍କ ବିଷୟରେ । ଦିନେ କଇଁଛ ନିଜ ଜାଗା ଛାଡି ନିକଟ ଜଙ୍ଗଲକୁ ଯିବାକୁ ସ୍ଥିର କରେ । ବିଛା ମଧ୍ୟ ତା ସହ ଯିବାକୁ ବାହାରେ । ଜଙ୍ଗଲକୁ ଯିବା ରାସ୍ତାରେ ସେମାନଙ୍କୁ ନଦୀ ପାର ହେବାକୁ ପଡ଼େ । କଇଁଛଟି ବିଛାଟିକୁ ନଦୀ ଆରପାରିରେ ପହଁଚିବା ପାଇଁ ତା ପିଠିରେ ବସିବାକୁ ଦିଏ । ହଠାତ୍ କଇଁଛଟି ତା ପିଠିରେ ଯନ୍ତ୍ରଣା ଅନୁଭବ କରେ । ପଚାରିବାରୁ ଜାଣେପଡ଼େ ଯେ ବିଛା ତା ଖୋଲପାକୁ ନିଜ ସୁଂଢ଼ରେ ବିଦ୍ଧ କରିବାକୁ ଚେଷ୍ଟା କରୁଛି । କଇଁଛ ଏଥିରେ କ୍ରୋଧିତ ହୋଇ ତାକୁ ନଦୀରେ ଫିଙ୍ଗିଦିଏ ।