ଚମତ୍କାରୀ ମାଛ
The Fish who Worked a Miracle
ଥରେ ବୋଧିସତ୍ତ୍ବ ମାଛ ଅନ୍ୟ ମାଛଙ୍କ ସହ ମିଶି ଗୋଟିଏ ପୋଖରୀରେ ରହୁଥିଲେ । ମରୁଡ଼ି ଯୋଗୁଁ ଗାଁ ନିକଟରେ ଥିବା ପୋଖରୀଟି ଶୁଖିଗଲା । ଧିରେ ଧିରେ ପରିସ୍ଥିତି ଅସହ୍ୟ ହେବାକୁ ଲାଗିଲା । ଏହି ଦୁର୍ଦ୍ଦଶା ଦେଖି ବୋଧିସତ୍ତ୍ବ ବିକଳ ହୋଇ ଉଠିଲେ । ସାଥୀ ଜୀବଜନ୍ତୁ ଏବଂ ଏପରିକି ମଣିଷର ଦୁଃଖ ଦୂର କରିବା ପାଇଁ ସେ ଇନ୍ଦ୍ରଙ୍କୁ ପ୍ରାର୍ଥନା କଲେ । ନିଷ୍କପଟ ବୋଧିସତ୍ତ୍ବର ପ୍ରାର୍ଥନାରେ ଇନ୍ଦ୍ର ପୃଥିବୀର ସମସ୍ତ ପ୍ରାଣୀଙ୍କ ଦୁଃଖ ଦୂର କରିବା ପାଇଁ ଜୋରରେ ବର୍ଷା ଆରମ୍ଭ କଲେ ।